Report Card Odisha

| Daily Odia News

ଧାରଣାବେଳେ ଅସୁସ୍ଥ ହୋଇଲେ କଂଗ୍ରେସ ନେତା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦୁହିଁଙ୍କୁ ଅସୁସ୍ଥତା ଅନୁଭବ ହେବା ପରେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଦଳୀୟ ନେତା ସୂଚନା ଦେଇଛନ୍ତି। ୨ କଂଗ୍ରେସ ନେତା ବିଧାନସଭା ଭବନର ଗେଟ ନମ୍ବର ୩ ଆଗରେ ଧାରଣାରେ ବସିଥିଲେ। କଂଗ୍ରେସ ନେତାଙ୍କୁ ନିଲମ୍ବନ ଓ ବିଧାନସଭା ପରିସର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ଏନେଇ ସେ ପ୍ରତିବାଦ କରୁଥିଲେ। ଏନେଇ କାଡାମ କହିଛନ୍ତି ଯେ ସେମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବାକୁ ଯାଉଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ପରିସର ଭିତରକୁ ଛାଡ଼ି ନ ଥିଲେ। ଆମେ ଜାଣୁଛୁ ଯେ ବାଚସ୍ପତି ଆମକୁ ଗୃହରୁ ନିଲମ୍ବିତ କରିଛନ୍ତି। କିନ୍ତୁ ଆମର ବିଧାନସଭା ପରିସରକୁ ପ୍ରବେଶ କରିବାର ଅଧିକାର ରହିଛି। ତଥାପି, ସେମାନେ ଆମକୁ ପ୍ରବେଶ କରାଇ ଦେଉ ନାହାନ୍ତି। ଯାହା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ, ବୋଲି କାଡାମ କହିଛନ୍ତି। ସୂଚନାଥାଉ କି, ପ୍ରାୟ ତିନି ଘଣ୍ଟା ଧରି ଟାଣ ଖରାରେ ଧାରଣା ଜାରି ରଖିବା ପରେ ଦୁଇ କଂଗ୍ରେସ ନେତା ଅସୁସ୍ଥ ଅନୁଭବ କରିଥିଲେ। ଯାହାପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

Breaking News