ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ନିର୍ବାଚନ କୁ ବର୍ଷେ ବାକିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ୨୦୨୪ରେ କଂଗ୍ରେସ ନେତୃତ୍ୱର ମେଣ୍ଟ ଭାଜପାକୁ ଗାଦିଚ୍ୟୁତ କରାଇବ । ନାଗାଲ୍ୟାଣ୍ଡର ଦିମାପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସମୟରେ ଖର୍ଗେ କହିଛନ୍ତି ସମସ୍ତ ବିରୋଧି ଦଳ ମିଶି ୨୦୨୪ରେ ଭାଜପାକୁ ବୁଦ୍ଧି ଶିଖାଇବେ । କେନ୍ଦ୍ରରେ ଏକ ମେଣ୍ଟ ସରକାର ଶାସନ କରିବ ଆଉ ଏହାର ନେତୃତ୍ୱ ନେବ କଂଗ୍ରେସ । ସେ କହିଛନ୍ତି, ଏହାକୁ ନେଇ କଂଗ୍ରେସ ସବୁ ଦଳ ସହ ଲଗାତର ସମ୍ପର୍କରେ ରହିଛି ଓ ଚର୍ଚ୍ଚା କରୁଛି । କାରଣ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଓ ସମ୍ବିଧାନକୁ ବଞ୍ଚାଇବାକୁ ଭାଜପାକୁ ହରାଇବା ଜରୁରୀ । ଖର୍ଗେ କହିଛନ୍ତି, କଂଗ୍ରେସ ସବୁ ସମୟରେ ସବୁ ଦଳ ସହ କଥା ହେଉଛି । ୨୦୨୪ରେ କେମିତି ବିଜୟ ହେବ ସେ ନେଇ ସବୁ ଦଳ ନିଜ ନିଜର ମତ ରଖୁଛନ୍ତି । ସେଥିପାଇଁ ଏଥର ଭାଜପାକୁ ବହୁମତ ମିଳିବା କାଠିକର ପାଠ ହୋଇଯିବ । ଅନ୍ୟ ସମସ୍ତ ଦଳଙ୍କୁ ମିଶିକରି ବହୁମତ ମିଳିବ । ସେ ସ୍ପଷ୍ଟ କରିଛନ୍ତି କି କଂଗ୍ରେସ ଏହି ମେଣ୍ଟର ନେତୃତ୍ୱ ନେବ । ଏଥିରୁ ସ୍ପଷ୍ଟ ହୋଇଛି କି କଂଗ୍ରେସ ତା’ର ନେତୃତ୍ୱ ଭୂମିକାକୁ ଛାଡିବାକୁ ରାଜି ନୁହେଁ ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..