ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ । ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା । ୧୬ ଅକ୍ଟୋବରରେ ଭୋପାଳରେ MBBSର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ଗୃହମନ୍ତ୍ରୀ । ଏହା ସହ ମଧ୍ୟପ୍ରଦେଶରେ MBBS ଅଧ୍ୟୟନ ହିନ୍ଦୀରେ ଆରମ୍ଭ ହେବ । ସିଏମ୍ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦେଶରେ ଏହା ପ୍ରଥମ ଘଟଣା ହେବ । MBBS ପାଠ୍ୟକ୍ରମକୁ ହିନ୍ଦୀରେ ଶିକ୍ଷାଦାନ କରାଯିବ । ସେ କହିଛନ୍ତି ଯେ ଏହା ଧାରଣାକୁ ବଦଳାଇବ ଯେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ହୋଇପାରିବ ନାହିଁ । ଏହି ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ପଦକ୍ଷେପ ହେଉଛି ଛାତ୍ରଛାତ୍ରୀମାନେ ହିନ୍ଦୀରେ ପାଠ ପଢି ନିଜ ଭବିଷ୍ୟତ ଗଢିବେ ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..