ରିପୋର୍ଟ କାର୍ଡ / ନୂଆପଡା
ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏଆଇସିସି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରେସ ରିଲିଜ ଜାରି କରି କଂଗ୍ରେସ କହିଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓଡ଼ିଶା ବିଧାନସଭାର ଆଗାମୀ ଉପ-ନିର୍ବାଚନ ପାଇଁ ୭୧ତମ ନୂଆପଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ କରିଛନ୍ତି। ସେପଟେ ଚର୍ଚ୍ଚା ହେଉଛି ଆଦିବାସୀ ପ୍ରାର୍ଥୀ ଦେବ କି ଭାଜପା? ଭାଜପା ପ୍ରଭାରୀ ଲତା ଉସେଣ୍ଡିଙ୍କ ବୟାନ ପରେ ବଢିଲା ଚର୍ଚ୍ଚା। ନୂଆପଡାରେ ଆଦିବାସୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଚେହେରା ଦେଇପାରେ ଭାଜପା।

ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦିଆଯିବ ବୋଲି ଲତା ଉସେଣ୍ଡି କହିଛନ୍ତି। ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି ।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..