ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଭବନ ପରିସରରେ ଦୁର୍ବୃତ୍ତ ପଶି ଚୋରି କରିଛନ୍ତି। ଏନେଇ କଂଗ୍ରେସ ଭବନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ, କଂଗ୍ରେସ ଭବନରେ ୮ଟି ଏସି ସଂଯୋଗ କରାଯାଇଛି । ଏସବୁ ଏସିକୁ ସଂଯୁକ୍ତ କରୁଥିବା କପର ତାରଗୁଡ଼ିକ ବିଲ୍ଡିଂ ପଛପଟ କାନ୍ଥରେ ଲଗାଯାଇଛି । କିଛି ଦୁର୍ବୃତ୍ତ କାନ୍ଥରେ ଲଗାଯାଇଥିବା ଏହି କପର ତାରକୁ ଚୋରି କରି ନେଇଛନ୍ତି । ସେହିପରି ପରିସରରେ ଥିବା କିଛି ଚେୟାର ଓ ଅନ୍ୟ ଆସବାବପତ୍ର ମଧ୍ୟ ଚୋରି ହୋଇଯାଇଛି । ଖୁବ୍ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବାକୁ ଶ୍ରୀ ସ୍ୱାଇଁ ପୁଲିସକୁ କହିଛନ୍ତି । ସେହିପରି କଂଗ୍ରେସ ଭବନରେ ଚାରିପାଖେ ରାତିବେଳା ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ନିବେଦନ କରାଯାଇଛି ।






More Stories
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….