ରିପୋର୍ଟ କାର୍ଡ / ଭୁବନେଶ୍ୱର
5T ସଚିବଙ୍କ ଜିଲ୍ଲା ଗସ୍ତ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି | ବିଜେଡି ରାଜନୀତିକୁ ନେଇ ଆଜି ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ ବିଜେଡିର ଗଭର୍ଣ୍ଣାନ୍ସ ମଡେଲକୁ ନେଇ କହିଛନ୍ତି ଯେ ବଡ଼ ବଡ଼ ସାମ୍ବିଧାନିକ ପଦରେ ରହିକି ବିଜେଡି ବିଧାୟକ ଓ ସାଂସଦମାନଙ୍କର ଆତ୍ମସମ୍ମାନ ହିଁ ରହିଲା ନାହିଁ | ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି, ବିଜୁ ଜନତା ଦଳ ଯଦି ତାଙ୍କ କଥା ଶୁଣି ଥାଆନ୍ତା, ତାଙ୍କୁ ଅନୁକରଣ କରିଥାନ୍ତା, ସବୁ ଲୋକମାନେ ଓଡିଶାର ଯେଉଁ ଗଭର୍ଣ୍ଣାନ୍ସ ମଡେଲ ଚାଲିଛି ତାହାକୁ ଦେଖି ହସୁଛନ୍ତି ତାହା ହୋଇ ନ ଥାନ୍ତା | ଆଗେ ଆତ୍ମସମ୍ମାନ ସହିତ କାମ କରିବା, ସୌମ୍ୟ ରଞ୍ଜନ ବାବୁଙ୍କୁ ବଧେଇ ଦେଉଛି | ମାନନୀୟ ମୁଖ୍ୟମନ୍ତ୍ରୀ ୨୩ ବର୍ଷ ହେଲା କାହା ଉପରେ ବିଶ୍ୱାସ କରିନାହାନ୍ତି, ଏହା ଆଶ୍ଚର୍ଯ୍ୟର କଥା | ଜଣେ ନିମ୍ନ ପଦସ୍ତ ସରକାରୀ କର୍ମଚାରୀ ଉପରେ ବିଶ୍ୱାସ କରିବେ, କାହିଁକି ସମସ୍ତେ ଅଭିଜ୍ଞ ଅଛନ୍ତି, ସମସ୍ତେ କାମ କରି ଆସିଛନ୍ତି | ସମସ୍ତେ ସମ୍ମାନର ଯୋଗ୍ୟ | ମୁଁ ତ ନିବେଦନ କରିବି ବିଜେଡି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଗଣଙ୍କୁ ଟିକେ ଆତ୍ମସମ୍ମାନ ରଖନ୍ତୁ ଏବଂ ଯିଏ ଠିକ କହୁଛି ତା ସହିତ ଠିଆ ହୁଅନ୍ତୁ | ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ଅଭିଜ୍ଞ ଲୋକ | ବିଜେଡି ବିଧାୟକମାନଙ୍କ ଭିତରେ ଟଣାଓଟରା ଚାଲିଛି, ତାହା ତାଙ୍କର ଦଳୀୟ କଥା | ଜଣେ ନାଗରିକ ଭାବରେ ସୌମ୍ୟବାବୁ ଭଳି ଜଣେ ଲୋକ ସାହସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି ତେବେ ବିଜେଡି ବିଧାୟକ ଏହାକୁ ଗ୍ରହଣ କରିବା କଥା, ତାଙ୍କ ପାଇଁ କୁହାଯାଉଛି | କେଉଁ ପ୍ରକାରର ଦଳ ଯେଉଁଠି ଆତ୍ମସମ୍ମାନ ନାହିଁ | ସାଂସଦ, ବିଧାୟକ କିମ୍ବା ବିଜେଡି କର୍ମୀ ଅଛନ୍ତି ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଅଛି ସେମାନଙ୍କ ପ୍ରତି କୌଣସି କାଟୁତା ନାହିଁ କିନ୍ତୁ ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା | ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି | ସେ ଠିକ କଥା ସମସ୍ତଙ୍କ ସାମ୍ନାରେ କହୁଛନ୍ତି | ସେପଟେ କଂଗ୍ରେସ ମଧ୍ୟ ସୌମ୍ୟଙ୍କ ସପକ୍ଷରେ କହିଥିବା ସୂଚନା ମିଳିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..