Report Card Odisha

| Daily Odia News

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ ଥିବାବେଳେ ମୁଁ ଏକ୍ସପ୍ରେସୱେ ଲୋକାର୍ପଣରେ ବ୍ୟସ୍ତ ରହିଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର କର୍ଣ୍ଣାଟକ ଗସ୍ତ କରି ପରାଧନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିବା ଅବସରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି। ମୋଦି କହିଛନ୍ତି ଯେ, ଯେତେବେଳେ ବିଶ୍ୱ କରୋନା ସହ ମୁକାବିଲା କରୁଥିଲା, ସେତେବେଳେ ଭାରତ ଏହାର ଭିତ୍ତିଭୂମି ବଜେଟକୁ ବହୁଗୁଣିତ କରି ଏକ ଉଚ୍ଚ ବାର୍ତ୍ତା ଦେଇଥିଲା। ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର କେବଳ ଗରିବ ପରିବାରକୁ ଧ୍ୱଂସ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କ ବିକାଶ ଅଥକୁ ଲୁଟି ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ‘କଂଗ୍ରେସ ଏବଂ ଏହାର ସହଯୋଗୀମାନେ ମୋଦିଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ମୋଦୀ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେ ନିର୍ମାଣରେ ବ୍ୟସ୍ତ ଅଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ‘୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେହି ସମୟରେ ସେମାନେ ଗରିବ ଲୋକଙ୍କୁ ତଳିତଳାନ୍ତା କରିବା ପାଇଁ ସବୁ କରିଥିଲେ। କଂଗ୍ରେସ ସରକାର ଗରିବ ଲୋକଙ୍କ ବିକାଶ ନାଁରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଥିଲେ। ଗରିବ ଲୋକଙ୍କ ଯନ୍ତ୍ରଣା ଓ ଦୁଃଖ ପାଇଁ କଂଗ୍ରେସ କୌଣସି ପରିବର୍ତ୍ତନ ଆଣିନାହିଁ। ହେଲେ ଚାଷୀଙ୍କ ଛୋଟ ସମସ୍ୟା ଦୂର କରି ବିଜେପି ସେମାନଙ୍କ ସମସ୍ୟାର ସମାଧାନ କରୁଛି। ମାଣ୍ଡିଆର ୨.୫ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ବିଜେପି ସରକାରଙ୍କ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ |

Breaking News