Report Card Odisha

| Daily Odia News

ଗୁରମିତ ସିଂହ କୁନ୍ନରଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନରେ କଂଗ୍ରେସକୁ ବଡ଼ ଝଟକା | ବିଧାନସଭା ନିର୍ବାଚନରେ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ଗୁରମିତ ସିଂହ କୁନ୍ନରଙ୍କ ପରଲୋକ ହୋଇଛି। ସୂଚନାଯୋଗ୍ୟ, ଅନେକ ଦିନ ହେବ ଗୁରୁମିତଙ୍କ କିଡନିରେ ଅସୁବିଧା ରହିଥିଲା। ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଗତ ନଭେମ୍ବର ୧୨ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଗୁରମିତଙ୍କ ପରଲୋକ ପରେ କଂଗ୍ରେସକୁ ଏକ ପ୍ରକାର ଝଟକା ଲାଗିଛି। ଗୁରୁମିତ ଶ୍ରୀଗଙ୍ଗାନଗରର କରଣପୁର ବିଧାୟକ ଓ କଂଗ୍ରେସ ପ୍ରାର୍ଥୀ ରହିଥିଲେ। ସେ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ । କୁନ୍ନରଙ୍କ ନିଧନ କଂଗ୍ରେସ ପାର୍ଟି ଏବଂ ରାଜସ୍ଥାନ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ୨୦୨୩ରେ ବିଧାନସଭା ନିର୍ବାଚନ ପାଇଁ ଗୁରମିତ କଂଗ୍ରେସ ପ୍ରାର୍ଥୀ ଭାବେ ନଭେମ୍ବର ୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ବାଚନରେ ଗୁରମିତଙ୍କ ମୁକାବିଲା ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ପାଲ ସିଂହ ଟିଟିଙ୍କ ସହିତ ହୋଇଥାଆନ୍ତା।

Breaking News