Report Card Odisha

| Daily Odia News

ସଚିନ୍ ପାଇଲଟଙ୍କ ଅନଶନ ଦଳ ବିରୋଧୀ କାର୍ଯ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନରେ ବିଜେପି ଶାସନ କାଳରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଅନଶନ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍‌ ଏହି ଆନ୍ଦୋଳନ କରିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ଗେହଲଟ୍‌। ମଙ୍ଗଳବାର ଦିନ ସଚିନ ପାଇଲଟ ଦିନିକିଆ ଉପବାସ କରି ଅନଶନ କରିଥିବା ବେଳେ ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି କହିଛି କଂଗ୍ରେସ। ଯଦି ତାଙ୍କର ସରକାରଙ୍କୁ ନେଇ କୌଣସି ସମସ୍ୟା ଥାଏ, ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବ‌ର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସୋମବାର ଏକ ବିବୃତ୍ତି ଜାରି କରି ରାଜସ୍ଥାନର କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା ସୋମବାର ଏକ ବିବୃତ୍ତିରେ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଆସନକୁ ଆଖି ରଖିଥିବା ପାଇଲଟ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାର ଏହା ହେଉଛି ଆମର ଶେଷ ପ୍ର‌ୟାସ। ମୁଁ ଗତ ପାଞ୍ଚ ମାସ ଧରି ଏଆଇସିସି ଦାୟିତ୍ବରେ ଅଛି ଏବଂ ପାଇଲଟ ଜୀ ମୋ ସହ ଏହି ବିଷୟରେ କଦାପି ଆଲୋଚନା କରିନାହାଁନ୍ତି। ମୁଁ ତାଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେ ଦଳ ପାଇଁ ଗୁରତ୍ବପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ଶାନ୍ତ ରହିବାକୁ ମୁଁ ପରାମର୍ଶ ଦେଉଛି।’

Breaking News