Report Card Odisha

| Daily Odia News

ଆପ୍‌ କୁ ନିମନ୍ତ୍ରଣ କଲା କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିରୋଧୀ ଗୋଷ୍ଠୀଙ୍କ ମହାମେଳି ବିହାରର ପାଟନାଠାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ହେବ । ଆସନ୍ତା ୧୭ ଓ ୧୮ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଏହି ଗୋଷ୍ଠୀରେ ଥିବା କଂଗ୍ରେସ ଓ ଆପ୍‌ ମଧ୍ୟରେ ତାଳମେଳ ନ ଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳ ଏବେ ଏଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏବେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଯୋଗ ଦେବା ନିମନ୍ତେ କଂଗ୍ରେସ୍‌ ଆପ୍‌କୁ ନିମନ୍ତ୍ରଣ କରିଥିବା ବେଳେ ଆପ୍‌ ରଖିଛି ସର୍ତ୍ତ। ଏନେଇ ଆପ୍‌ ନେତା ସନ୍ଦିପ ପାଠକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଙ୍ଗାଲୁରୁ ବୈଠକ ନେଇ ନିଜ ଆଭିମୁଖ୍ୟ ପ୍ରକାଶ କରି ଆପ୍‌ର ସଙ୍ଗଠନ ମହାମନ୍ତ୍ରୀ ସନ୍ଦିପ ପାଠକ କହିଛନ୍ତି, ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକ ନିମନ୍ତେ କଂଗ୍ରେସ ଆମକୁ ନିମନ୍ତ୍ରଣ କରିଛି। ପାଟଣାରେ ହୋଇଥିବା ମିଟିଂରେ କଂଗ୍ରେସ ପାର୍ଟି ସର୍ବସମ୍ମୁଖରେ କହିଥିଲା ଯେ, ସଂସଦ ଆରମ୍ଭର ୧୫ ଦିନ ପୂର୍ବରୁ ଦିଲ୍ଲୀର ଜନସାଧାରଣଙ୍କ ସମ୍ମୁଖରେ ନିଜ ପକ୍ଷ ରଖି ଏହି ଅଧ୍ୟାଦେଶକୁ ବିରୋଧ କରିବ । ସଂସଦ ଅଧିବେଶନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ତେଣୁ ଅଧ୍ୟାଦେଶ ଉପରେ କଂଗ୍ରେସ ନିଜ ପକ୍ଷ ସ୍ପଷ୍ଟ କରିବାକୁ ଆମେ ନିବେଦନ କରୁଛୁ। କଂଗ୍ରେସ ପାର୍ଟି ସମର୍ଥନ ହାସଲ ହେବ ବୋଲି ଆମର ବିଶ୍ୱାସ ଅଛି। କଂଗ୍ରେସ ପାର୍ଟିର ସମର୍ଥନ ହାସଲ ହେବା ପରେ ଆମେ ବେଙ୍ଗାଲୁରୁ ବୈଠକରେ ଯୋଗ ଦେବା ବିଷୟରେ ଚିନ୍ତା କରିବୁ। ନଚେତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Breaking News