ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ କଂଗ୍ରେସର ଶୃଙ୍ଖଳା କମିଟି ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମନ୍ତବ୍ୟ ଦେଇଥିବାରୁ ଦଳର ସାଂସଦ କାର୍ତ୍ତି ଚିଦମ୍ବରମଙ୍କୁ ନୋଟିସ୍ ଜାରି କରିଛି। ନୋଟିସର ବିଷୟବସ୍ତୁ ସର୍ବସାଧାରଣରେ ପ୍ରକାଶ କରାଯାଇ ନ ଥିବା ବେଳେ ଏହାକୁ ସିଧାସଳଖ କାର୍ତ୍ତିଙ୍କ ପାଖକୁ ପଠାଯାଇଛି। ଏକ ଆଞ୍ଚଳିକ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କାର୍ତ୍ତି ଚିଦମ୍ବରମ୍ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବା ଅସମ୍ଭବ ବୋଲି କହିବା ପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମକକ୍ଷ କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କାର୍ତ୍ତି ଚିଦମ୍ବରମ୍ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମକକ୍ଷ କେହି ହୋଇପାରିବେ ନାହିଁ। ରାହୁଲ ଗାନ୍ଧି ସମକକ୍ଷ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ ଏହା ଅସମ୍ଭବ। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଏହି ନୋଟିସରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରତି କାର୍ତ୍ତି ଚିଦମ୍ବରମଙ୍କ ନିରନ୍ତର ସମର୍ଥନକୁ ମଧ୍ୟ ଉଲ୍ଲେଖ କରାଯାଇଛି। କାର୍ତ୍ତି ଲଗାତାର ଇଭିଏମ୍ ବ୍ୟବହାରକୁ ସମର୍ଥନ କରି ଆସୁଥିବାରୁ ଦଳ ତାଙ୍କ ଆଭିମୁଖ୍ୟ ନେଇ ସ୍ପଷ୍ଟୀକରଣ ମାଗିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..