Report Card Odisha

| Daily Odia News

ଆଜିଠୁ କଂଗ୍ରେସର ଆରମ୍ଭ ହୋଇଛି ଭାରତ ଯୋଡୋ ଯାତ୍ରା…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଜମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ। ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ । ଏହି ୧୫୦ ଦିନିଆ ଯାତ୍ରା ରାହୁଲଙ୍କ ପାଇଁ ବେଶ୍‌ କଷ୍ଟକର ହେବ। ଏହି ସମୟରେ କଂଗ୍ରେସ କର୍ମୀ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ | କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧୀ ଏହି ରାଲିରେ ଅର୍ଥନୈତିକ ଅସମାନତା, ସାମାଜିକ ଧ୍ରୁବୀକରଣ, ରାଜନୈତିକ କେନ୍ଦ୍ରୀକରଣ ଏବଂ ଆଦର୍ଶ ନୀତି ଆଦିର ମୁକାବିଲା କରିବା ନେଇ ସଚେତନତା ସୃଷ୍ଟି କରିବେ। ପଦଯାତ୍ରା ଦୁଇଟି ବ୍ୟାଚ୍‌ରେ ଚାଲିବ। ପ୍ରଥମ ବ୍ୟାଚ୍‌ ସକାଳ ୭ରୁ ପୂର୍ବାହ୍ନ ସାଢ଼େ ୧୦ ଏବଂ ଅନ୍ୟଟି ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ। ଦୈନିକ ୨୨ରୁ୨୩ କିଲୋମିଟର ଚାଲିବାକୁ ହେବ। ଯାତ୍ରା ସମୟରେ ରାହୁଲ ଆସନ୍ତା ୧୫୦ ଦିନ ପାଇଁ କଣ୍ଟେନରରେ ଶୋଇବେ । ଏଥିରେ ଶୋଇବା ଶଯ୍ୟା, ଶୌଚାଳୟ ରହିଛି। ଯାତ୍ରା ସମୟରେ ଅନେକ କ୍ଷେତ୍ରରେ ତାପମାତ୍ରା ଏବଂ ପରିବେଶରେ ପାର୍ଥକ୍ୟ ରହିବାକୁ ଦୃଷ୍ଟିରେ ରଖି ସ୍ଥାନ ପରିବର୍ତ୍ତନ ସହିତ, ଉତ୍ତାପ ଏବଂ ଆର୍ଦ୍ରତାକୁ ଦୃଷ୍ଟିରେ ରଖି ଏୟାର କଣ୍ଡିସନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାୟ ଏହିଭଳି ୬୦ ଟି କଣ୍ଟେନର ପ୍ରସ୍ତୁତ କରାଯାଇଛି। ରାତିର ବିଶ୍ରାମ ପାଇଁ କଣ୍ଟେନରକୁ ଏକ ଗାଁ ଆକାରରେ  ନୂଆ ସ୍ଥାନରେ ପ୍ରତିଦିନ ରଖାଯିବ। ରାହୁଲ ଙ୍କ ସହିତ ରହୁଥିବା ପୂର୍ଣ୍ଣକାଳୀନ ଯାତ୍ରୀମାନେ ଏକାଠି ଭୋଜନ କରିବେ। ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ସାଧାରଣ ଲୋକଙ୍କ ସହ ଯୋଡିହେବା ପାଇଁ ଭାରତ ଯୋଡ ଯାତ୍ରା ଆୟୋଜନ କରିଛନ୍ତି । ସେ ଏହି ଯାତ୍ରାକୁ ସରଳ ଉପାୟରେ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀ ଏହାକୁ ଏକ ଯାତ୍ରା ବୋଲି କହିଥିବା ବେଳେ ରାଜନୈତିକ ବିଶେଷଜ୍ଞନ ମାନେ ଏହାକୁ ୨୦୨୪ ପାଇଁ ଏକ ପ୍ରସ୍ତୁତି ବୋଲି କହିଛନ୍ତି ।

Breaking News