ରିପୋର୍ଟ କାର୍ଡ / ହାଇଦ୍ରାବାଦ
ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଆଉ ଏକ ଝଟ୍କା ଲାଗିଛି | ତେଲେଙ୍ଗାନାର କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମ୍ଏ ଖାନ୍ ଇସ୍ତଫା ଦେଇଛନ୍ତି । ତେବେ ଦଳ ଛାଡିବା ପୂର୍ବରୁ ସେ ମଧ୍ୟ ଆଜାଦଙ୍କ ଭଳି ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧିଙ୍କୁ ଜଣେ ‘ନନ୍ ସିରିୟସ୍’ ନେତା ବୋଲି କହିଥିଲେ। ଏବେ ଏମଏ ଖାନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ରାହୁଲ ଗାନ୍ଧି ଦଳର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କର ଚିନ୍ତାଧାରା ଭିନ୍ନ, ବ୍ଲକ ସ୍ତରଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କୌଣସି କାର୍ଯ୍ୟକର୍ତ୍ତାଙ୍କ ସହ ତାଙ୍କର ତଳ ମେଳ ଖାଉ ନାହିଁ।’ କଂଗ୍ରେସ ନେତୃତ୍ୱଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଏମଏ ଖାନ କହିଛନ୍ତି ଯେ ‘G23 ର ବରିଷ୍ଠ ନେତାମାନେ କଂଗ୍ରେସର କଲ୍ୟାଣ ତଥା ଭଲ ଚିନ୍ତା କରି ସ୍ୱର ଉତ୍ତୋଳନ କରିଥିଲେ। କିନ୍ତୁ ଦଳର ନେତୃତ୍ୱ ତାଙ୍କ ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ମତକୁ ଅଣଦେଖା କରିଥିଲେ। ଯଦି ଦଳ ସେହି ନେତାମାନଙ୍କ ଉପରେ (G23 ର ନେତା) ବିଶ୍ୱାସ ପ୍ରଦର୍ଶନ କରିଥାନ୍ତେ ଏବଂ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇଥାନ୍ତେ ଓ ଦଳ ପାଇଁ ସେମାନଙ୍କର ଚିନ୍ତା ବୁଝିଥାନ୍ତେ, ବୋଧହୁଏ ଆଜି ସ୍ଥିତି କିଛି ଅଲଗା ହୋଇଥା’ନ୍ତା।’






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..