ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ସଚେତକ ଓ ଦୁଇ ଜଣ ସଚେତକଙ୍କ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..