Report Card Odisha

| Daily Odia News

କଂଗ୍ରେସରେ ସାମିଲ ହେଉଛନ୍ତି କହ୍ନେୟା କୁମାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି କହ୍ନେୟା କୁମାର | ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଏହି ଅବସରରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ କଂଗ୍ରେସରେ ଯୋଗ ଦେଇ ପାରନ୍ତି ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟର ସ୍ବାଧିନ ବିଧାୟକ ଜିଗନେଶ ମେଭାନି ମଧ୍ୟ କଂଗ୍ରେସର ହାତ ଧରିବାକୁ ଯାଉଥିବା ଦଳ ପକ୍ଷରୁ ସୋମବାର ସୂଚନା ମିଳିଛି । ଗୁଜରାଟ ବିଧାୟକ ମେଭାନି ଜଣେ ଦଳିତ ନେତା। ସେ ଗୁଜରାଟର ଭାଦଗମ ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ତାଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇପାରେ। ଏଥିରୁ ଜଣାପଡ଼ୁଛି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବେ ଦଳିତ ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ ଚଲାଇଛି। ଅନ୍ୟପକ୍ଷରେ ଜଓ୍ବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି କହ୍ନେୟା ଏବେ ସିପିଆଇ ସହ ଅଛନ୍ତି। ସେ କଂଗ୍ରେସକୁ ଡେଇଁବା ପରେ ଅନେକ ବାମପନ୍ଥୀ ନେତା ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି। କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି, କହ୍ନେୟା ଗତ ଦୁଇ ସପ୍ତାହରେ ଦୁଇ ଥର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ସେ ବେଗୁସରାଇରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଭାଜପାର ଗିରିରାଜ ସିଂଙ୍କ ଠାରୁ ପରାଜୟ ସ୍ୱୀକାର କରିଥିଲେ ।

Breaking News