ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ହେବା ପରେ ସଂଗଠନର ବଡ଼ ପରିବର୍ତ୍ତନ ହୋଇଛି । ପିସିସି ସଭାପତି ପଦରୁ କମଲନାଥଙ୍କୁ ହଟାଇ ଦିଆଯାଇଛି। ନୂଆ ପିସିସି ସଭାପତି ଭାବେ ଜିତୁ ପଟ୍ଟୱାରୀଙ୍କୁ କଂଗ୍ରେସ ହାଇକମାଣ୍ଡର ନିଯୁକ୍ତି ପ୍ରଦାନ କରିଛନ୍ତି | ସୂଚନାଯୋଗ୍ୟ -ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିଥିବାବେଳେ ଛତିଶଗଡ଼ରେ ୩୫ଟି ଆସନରେ ବିଜୟୀ ହୋଇଥିଲା । ଏହି ଦୁଇଟି ରାଜ୍ୟରେ ଭାଜପା ଯଥାକ୍ରମେ ୧୬୩ଟି ଓ ୫୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଛି।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..