ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜୁରାଟ କଂଗ୍ରେସ ୩୮ ଜଣ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛି।ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଛି | ଉଲ୍ଲେଖଯୋଗ୍ୟ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ମାତ୍ର ୧୭ ଟି ଆସନରେ ଜିତିଛି। ଗୁଜୁରାଟ କଂଗ୍ରେସର ଶୃଙ୍ଖଳା କମିଟିର ବୈଠକ ଚଳିତ ମାସରେ ଦୁଇ ଥର ବସିଥିଲା ଏବଂ ଏପର୍ଯ୍ୟନ୍ତ ୯୫ ଜଣଙ୍କ ବିରୋଧରେ ୭୧ଟି ଅଭିଯୋଗ ଗ୍ରହଣ କରିଛି ବୋଲି ଶୃଙ୍ଖଳା କମିଟିର ଆବାହକ ବାଲୁଭାଇ ପଟେଲ ସାମ୍ବାଦିକମାନଙ୍କୁ କହିଛନ୍ତି। ‘ଆମେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ୩୮ ଜଣ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ଦଳରୁ ନିଲମ୍ବିତ କରିଛୁ। ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ଆଠ ଜଣ ଦଳୀୟ କର୍ମୀଙ୍କୁ ଚେତାବନୀ ଦିଆଯାଇଥିବା’ ଶ୍ରୀ ପଟେଲ କହିଛନ୍ତି। ସୁରେନ୍ଦ୍ରନଗର ଜିଲ୍ଲା ସଭାପତି ରାଇୟାଭାଇ ରାଠୋଡ, ନର୍ମଦା ଜିଲ୍ଲା ସଭାପତି ହରେନ୍ଦ୍ର ଭାଲାଣ୍ଡ ଏବଂ ପୂର୍ବତନ ନାଣ୍ଡୋଡ ବିଧାୟକ ପି ଡି ଭାସାଭା ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିବା ୩୮ ଜଣଙ୍କ ମଧ୍ୟରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……