ରିପୋର୍ଟ କାର୍ଡ / ଭୁବନେଶ୍ୱର
୯ ଦଫା ଦାବିନେଇ ଆଜି ରାଜ୍ୟର ସମସ୍ତ ବ୍ଳକ ଘେରିବ କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, ୨୪ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ। ଯୋଜନା ପରେ ଯୋଜନା ଘୋଷଣା ହେଉଛି, ଆଉ ନିର୍ବାଚନ ପରେ ସବୁ ବନ୍ଦ ହୋଇ ଯାଉଛି। ଏହା ପ୍ରତିବାଦରେ ଦଳ ଆଜି ସମସ୍ତ ବ୍ଲକ୍ ଆଗରେ ପ୍ରତିବାଦ କରିବ। ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ ଉପଯୁକ୍ତ ଦର, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ସବୁ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..