ରିପୋର୍ଟ କାର୍ଡ / ଭୁବନେଶ୍ବର
ଅଗଷ୍ଟ ୯ ତାରିଖରୁ ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ l ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ ଏଆଇସିସି ଏହି ନିଷ୍ପତ୍ତି ନେଇଛି । ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ସାଂସଦ ପ୍ରାର୍ଥୀ, ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତା ଯୋଗଦେବେ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….