ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶିକ୍ଷଣ ବିମାନ ହେଲେ ଦୁଇ ଖଣ୍ଡ | ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇନ୍ଦାପୁର ସ୍ଥିିତ କଦବନବାଡି ଗାଁରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ପରେ ଏହା ଏକ ଚାଷ ଜମିକୁ ଖସିପଡିଥିବା ଜଣାପଡିଛି। ସୌଭାଗ୍ୟବଶତଃ ଏହି ବିମାନରେ ଥିବା ଜଣେ ୨୨ ବର୍ଷିୟ। ମହିଳା ପାଇଲଟ୍ ଆହତ ହେବା ସହ ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁ ଚାଷ ଜମିରେ ବିମାନଟି ଖସିପଡିଥିଲା ସେଠାରେ ଚାଷୀ ମାନେ କାମ କରୁଥିଲେ , ଘଟଣା ମାତ୍ରକେ ସେମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ ବୋଲି କହିଥିଲେ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..