ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ସ୍ଥିତ କଂଗ୍ରେସ ଦଳର ରାଷ୍ଟ୍ରୀୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକ ଚାଲିଛି । ବୈଠକରେ ଆଗାମୀ ବର୍ଷ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହିତ ୟୁପିଏ ଯୁଗର ଏମଜିଏନଆରଇଜିଏ ଗ୍ରାମୀଣ ଚାକିରି ଗ୍ୟାରେଣ୍ଟି ଆଇନକୁ ବଦଳା ଯାଇଥିବା “ଜି ରାମ ଜି” ଆଇନ ବିରୁଦ୍ଧରେ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ପାଇଁ ବୈଠକ ଚାଲିଥିବା ସୂଚନା ମିଳିଛି । ବୈଠକରେ କଂଗ୍ରେସର ଉଚ୍ଚ ପଦଧିକାରୀଙ୍କ ସମେତ , ସାଂସଦ ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି ।ବିହାର ନିର୍ବାଚନ ପରାଜୟ ପରେ ଆଜି ପ୍ରଥମଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକ ବସିଛି । ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଶଶୀ ତରୁର, ରାଜୀବ ଶୁକ୍ଲା,ଭୂପେସ ବଘେଲ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, ସୁଖବିନ୍ଦର ସିଂ ସୁଖୁ, ସିଦ୍ଧରମୟା ପ୍ରମୁଖ ଯୋଗ ଦେଇଛନ୍ତି । ବୈଠକରେ ଜି ରାମ ଜି ଆଇନ ବିରୁଦ୍ଧରେ ଜନ ସମର୍ଥନ ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଧ୍ୟାନ ଦେବାକୁ ବୈଠକରେ ଆଲୋଚନା ହେବାର ସୂଚନା ରହିଛି । ସଂସଦର ଶୀତକାଳୀନ ଅଧିବେଶନରେ ୟୁପିଏ ସରକାରଙ୍କ ଦ୍ଵାରା ଆରମ୍ଭ “ଏମଜିଏନଆରଇଜିଏ” (ମନରେଗା)ର ନାମ ପରିବର୍ତ୍ତନ କଂଗ୍ରେସକୁ ବ୍ୟଥିତ କରିଛି । ଯାହାକୁ ୟୁପିଏ ସରକାରଙ୍କ ଐତିହ୍ୟର କ୍ଷୟ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ଭାବରେ କଂଗ୍ରେସ ଦର୍ଶାଇଛି । ଏହା ସହ ବୈଠକରେ ଆରାବଳୀ ପର୍ବତ ପ୍ରସଙ୍ଗରେ ମଧ୍ୟ ଆନ୍ଦୋଳନ କରିବା ପାଇଁ ଆଲୋଚନା ହେଉଥିବା ସୂଚନା ରହୁଛି । ସିଡବ୍ଲୁସି ବୈଠକରେ, ବିରୋଧୀ ଦଳ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ଏକ ଦେଶବ୍ୟାପୀ ଆନ୍ଦୋଳନ ଯୋଜନା ଚୂଡ଼ାନ୍ତ କରିବ ବୋଲି ଅନୁମାନ କରାଯାଉଛି






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..