Report Card Odisha

| Daily Odia News

ବିଜେପିରେ ଯୋଗ ଦେଲେ ଅର୍ଚ୍ଚନା ପାଟିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର। ଗତକାଲି ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ଅର୍ଚ୍ଚନା ପାଟିଲ କହିଛନ୍ତି, “ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ମୋତେ ବହୁତ ପ୍ରଭାବିତ କରିଥିଲା। ଏହା ମହିଳାମାନଙ୍କୁ ସମାନ ସୁଯୋଗ ଦେଇଥାଏ।”ମୁଁ ଲାତୁରରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି ଏବଂ ବିଜେପି ସହ ତୃଣମୂଳ ସ୍ତରରେ ବି କାର୍ଯ୍ୟ କରିବି। ମୁଁ କଦାପି କଂଗ୍ରେସରେ ନଥିଲି। ବିଜେପିର ଆଦର୍ଶ ମୋ ଉପରେ ପ୍ରଭାବ ପକାଇଥିବାରୁ ମୁଁ ସାମିଲ ହୋଇଛି।” । ଅର୍ଚ୍ଚନା ପାଟିଲ ଉଦଗିରର ଲାଇଫ କେୟାର ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ଚେୟାରମ୍ୟାନ୍ ଅଛନ୍ତି। ତାଙ୍କ ସ୍ୱାମୀ ଶୈଳେଶ ପାଟିଲ ଚନ୍ଦୁରକର କଂଗ୍ରେସର ରାଜ୍ୟ ସଚିବ।

Breaking News