ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦେଶରେ ଜାରି ରହିଛି କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ। ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ କରିବେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ। ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସରକାରକୁ ଘେରିବ କଂଗ୍ରେସ। ସଂସଦରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇପାରେ ବିରୋଧୀ। ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ରହିଛି। ଗତକାଲି ସାରା ଦେଶରେ ଦଳ ସତ୍ୟାଗ୍ରହ କରାଯାଇଥିଲା । ରବିବାର ଦିନ କଂଗ୍ରେସର ସଂକଳ୍ପ ସତ୍ୟଗ୍ରାହରେ ବିଜେପି ସବୁବେଳେ ରାହୁଲ ଗାନ୍ଧୀ ଏବଂ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ କହିଛନ୍ତି ଯେ, ଆପଣମାନେ ମୋ ଭାଇଙ୍କୁ ଦେଶଦ୍ରୋହୀ ଏବଂ ମୀର ଜାଫର ବୋଲି କହୁଛନ୍ତି। ଆପଣମାନେ ତାଙ୍କ ମା’ଙ୍କୁ ଅପମାନିତ କରୁଛନ୍ତି । ଆପଣଙ୍କ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବାପା କିଏ ଜାଣନ୍ତି ନାହିଁ। ତୁମେ ପ୍ରତିଦିନ ମୋ ପରିବାରକୁ ଅପମାନ କରୁଛ, କିନ୍ତୁ ଏହାକୁ ନେଇ କୌଣସି ମାମଲା ରୁଜୁ ହେଉନାହିଁ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..