Report Card Odisha

| Daily Odia News

ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମ ବଦଳାଇବା, ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ଦଳ । ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ସହ ବିଜେପି ବିରୋଧରେ ବିକ୍ଷୋଭ କରିବ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି, ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । ଚାଷୀ ସମସ୍ୟାକୁ ନେଇ ସବୁ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀମାନେ ଧାରଣା ଦେବେ। ଧାନସଂଗ୍ରହକୁ ନେଇ ବ୍ୟାପକ ଅବ୍ୟବସ୍ଥାରୁ ଚାଷୀକୁଳ ହିନସ୍ତା ହେଉଛନ୍ତି । ୨୪ ଡିସେମ୍ବର ବୁଧବାର ଦିନ ଧାନସଂଗ୍ରହରେ ସରକାରୀ ଚଞ୍ଚକତା ଓ ଅରାଜକତା ବିରୋଧରେ ଡିସିସି ପକ୍ଷରୁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଶୋଭାଯାତ୍ରା କରାଯିବ । ୨୬ ଡିସେମ୍ବର ଶୁକ୍ରବାର ଦିନ ବିଜୁଳି ଶୋଷଣ ବିରୋଧରେ କଂଗ୍ରେସ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ । ୨୮ ଡିସମେମ୍ବର ରବିବାର ରହିଛି ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ। ଏଥର ରାଜ୍ୟ, ଜିଲ୍ଲା, ବ୍ଳକ, ପଂଚାୟତ ଓ ଗାଁସ୍ତରରେ ବ୍ୟାପକ ଭାବେ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ୨୯ ଡିସେମ୍ବର ସୋମବାର ଦିନ ବିଦ୍ୟୁତ ସଂଯୋଗ ଉପରେ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ପ୍ରତ୍ୟାହାର ଦାବିରେ ଜିଲ୍ଲା ମୁଖ୍ୟାଳୟର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ହଟାଇବା ଅପଚେଷ୍ଟା କରାଯାଉଥିବା ଅଭିଯୋଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଜନଜାଗରଣ ଆରମ୍ଭ କରିବ।

Breaking News