ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲନା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗଣନାରେ କଂଗ୍ରେସର ଭିନେଶ ଫୋଗଟ୍ ୩୦୦୦ ଭୋଟ୍ରେ ପଛୁଆ ଅଛନ୍ତି। ଏହି ଆସନରେ ଭାରତୀୟ ଜନତା ପାର୍ଟି ର ଯୋଗେଶ ବୈରାଗୀ ଆଗୁଆ ଅଛନ୍ତି। ସମସ୍ତ ପର୍ଯ୍ୟାୟ ଭୋଟ୍ ଗଣନାରେ ଭିନେଶଙ୍କୁ ପଛରେ ପକାଇଛନ୍ତି ଯୋଗେଶ। ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଛି। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି। ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଏହି ଆସନଟିରୁ ଅଲମ୍ପିକ ଖେଳାଳି ଓ କୁସ୍ତି ଯୋଦ୍ଧା ଭିନେଶ ଲଢ଼ିବା ପରଠାରୁ ଏହା ବିଶେଷ ଧ୍ୟାନକୁ ଆସିଛି। ପୂର୍ବତନ ବାଣିଜ୍ୟିକ ପାଇଲଟ୍ ତଥା ବିଜେପିର କ୍ୟାପଟେନ ଯୋଗେଶ ବୈରାଗୀଙ୍କଠାରୁ ଫୋଗେଟ୍ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..