ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ। ତାଙ୍କର ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ସପରିବାର ରହୁଥିଲେ। କନେଷ୍ଟବଳ ପ୍ରଦୀପ ନାୟକ ଥାନା ବ୍ୟାରାକ୍ ରେ ରହୁଥିବାବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହେ ଉଦ୍ଧାର ହେବାପରେ ମୃତକ କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣା ପଡ଼ିଥିଲା। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି।ତେବେ କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡ଼ିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..