Report Card Odisha

| Daily Odia News

ରାହୁଲଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି। ବିଜେପି ନେତା ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଆଣିଥିବା ସ୍ବାଧିକାର ଭଙ୍ଗ ଅଭିଯୋଗ ଆଧାରରେ ସଚିବାଳୟ ରାହୁଲଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି | ନୋଟିସରେ ବିଜେପି ଆଣିଥିବା ଅଭିଯୋଗର ଜବାବ ଫେବୃଆରୀ ୧୫ ସୁଦ୍ଧା ଦେବାକୁ କୁହାଯାଇଛି। ବିଜେପି ଅଭିଯୋଗ କରିଛି ଯେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ, ଘୃଣ୍ୟ, ଅସାମ୍ବିଧାନିକ ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଆଣିଥିବା ମିଥ୍ୟା ଅଭିଯୋଗକୁ ନିୟମ ୩୮୦ ଅନୁଯାୟୀ ଗୃହକାର୍ଯ୍ୟରୁ ବାଦ୍ ଦେବାକୁ ମଧ୍ୟ ବିଜେପି କହିଛି। ଉଲ୍ଲେଖ ଯୋଗ୍ୟ- ଫେବୃଆରୀ ୭ ରାହୁଲ କହିଥିଲେ ଯେ ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଗୌତମ ଆଦାନିଙ୍କ ସମ୍ପତ୍ତି ଦ୍ରୁତବେଗରେ ବଢିଥିଲା। ଆଦାନିଙ୍କୁ ବ୍ୟାବସାୟିକ ସହଯୋଗ କରିବା ଲାଗି ସରକାର ଆଇନରେ ପରିବର୍ତ୍ତନ କରିଥିବା ରାହୁଲ ଅଭିଯୋଗ କରିଥିଲେ।

Breaking News