ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସକାଳୁ ସକାଳୁ ଭୁବନେଶ୍ୱରର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଆରମ୍ଭ ହୋଇଯାଇଛି | ଏହାକୁ ବିରୋଧକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ- ଉକ୍ତ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି ଏପରି କରୁଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏନେଇ ଘୋଷଣା କରାଯାଇ ଆଜି ସକାଳୁ ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି। ଏଠାରେ ଥିବା ୩ ଶହ ଦୋକାନ ଭଙ୍ଗାଯାଉଛି। ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇଲେନି। ଏହାଫଳରେ ଅନେକ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା କୁହାଯାଉଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..