Report Card Odisha

| Daily Odia News

କମିବ ଖାଇବା ତେଲ ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର | ଇନ୍ଧନର ମୂଲ୍ୟରେ ଲାଗୁ ହେଉଥିବା ଉତ୍ପାଦ ଶୁକ୍ଳରେ ହ୍ରାସ ପରେ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଖାଦ୍ୟ ତେଲର ମୂଲ୍ୟକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ୨୦ ଲକ୍ଷ ମେଟ୍ରିକ୍‍ ଟନ ସୋୟାବିନ୍‍ ତେଲ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଓ କୃଷି ଭିତ୍ତିଭୂମି ସେସ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସୋୟାବିନ୍‍ ଓ ସୂର୍ଯ୍ୟମୁଖୀ ତୈଳର ଆମଦାନୀ ଉପରେ ଦୁଇବର୍ଷ ପାଇଁ ଲାଗୁ ହେବ। ଏହି ଦୁଇଟି ବର୍ଷ ହେଉଛି ୨୦୨୨-୨୩ ଓ ୨୦୨୩-୨୪। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ। ସୂଚନା ଯୋଗ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ୱ ବଜାରରେ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ସହ ମାଲେସିଆର ରପ୍ତାନି କଟକଣା ଯୋଗୁଁ ପାମୋଲିନ ତେଲ ଦର ବୃଦ୍ଧି ପାଇଥିଲା।

Breaking News