ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୯ ଓ ୨୬ରେ ୨ଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଆଜି ଏନେଇ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପରିଚାଳନା ନେଇ ୭ ଜଣିଆ କମିଟି ଗଠନ କରିଛି ବିଜେଡି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ଏହି କମିଟିରେ ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ ମଧ୍ୟ ଯୋଡାଯିବ । ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ ସିଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିରୁ ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦେଶକ ନିର୍ବାଚିତ କରିବେ। ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତା ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..