ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ନକଲ କରି ଥଟ୍ଟା କରିଛନ୍ତି। ସଂସଦ ଭବନ ବାହାରେ ସେ ଏଭଳି କାର୍ଯ୍ୟ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମୋବାଇଲ ଫୋନ୍ରେ ଏହାର ଭିଡିଓ ରେକର୍ଡିଂ କରିଥିଲେ। ସଂସଦରୁ ନିଲମ୍ବନକୁ ବିରୋଧ କରି ସଂସଦ ଭବନ ସାମ୍ନାରେ ବିରୋଧୀ ସାଂସଦମାନେ ଧାରଣାରେ ବସିଥିବାବେଳେ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ନକଲ କରିବା ସେଠାରେ ହାସ୍ୟରୋଳ ପରିବେଶ ସୃଷ୍ଟି କରିଥିଲା। ତେବେ ଗୃହରେ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଧନଖଡ଼। ଜଣେ ସାଂସଦ ନକଲ କରିବା ଏବଂ ଅନ୍ୟ ଜଣେ ସାଂସଦ ଏହି ଘଟଣାର ଭିଡିଓଗ୍ରାଫି କରିବା ଲଜ୍ଜାଜନକ, ହାସ୍ୟାସ୍ପଦ ଏବଂ ଅଗ୍ରହଣଯୋଗ୍ୟ ବୋଲି ଧନଖଡ଼ କହିଛନ୍ତି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..