ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କମିଲା କର୍ବେଭାକ୍ସ ଟିକା ଦାମ | କର୍ବେଭାକ୍ସ ଟିକା ପାଇଁ ଘରୋଇ କେନ୍ଦ୍ରଗୁଡ଼ିକୁ ଆଉ ୮୪୦ ଟଙ୍କା ଦେବାକୁ ପଡ଼ିବ ନାହିଁ । ବାୟୋଲୋଜି ଇ କମ୍ପାନି ସୋମବାର ଏହାର ମୂଲ୍ୟ ୨୫୦ ଟଙ୍କାକୁ ହ୍ରାସ ଘୋଷଣା କରିଛି। ଫଳରେ ଘରୋଇ କେନ୍ଦ୍ରରେ ଟିକା ନେଉଥିବା ବ୍ୟକ୍ତିଙ୍କୁ ଉକ୍ତ ଟିକା ନେବା ପାଇଁ ୪୦୦ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଟିକସ ଓ ପ୍ରଶାସନିକ ଚାର୍ଜ ସାମିଲ ରହିଛି। ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଟିକା ନେବା ପାଇଁ ୯୯୦ ଟଙ୍କା ଦେବାକୁ ପଡ଼ୁଥିଲା। ସରକାରୀ କେନ୍ଦ୍ରଗୁଡ଼ିକୁ କିନ୍ତୁ ଏହି ଟିକା ୧୪୫ ଟଙ୍କାରେ ଯୋଗାଇ ଦିଆଯାଉଛି। ୫ରୁ ୧୨ ବର୍ଷର ପିଲାଙ୍କୁ ଉକ୍ତ ଟିକା ଦେବାପାଇଁ ଏପ୍ରିଲ ମାସରେ ଅନୁମତି ଦିଆଯାଇଛି।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..