ରିପୋର୍ଟ କାର୍ଡ / କେନ୍ଦୁଝର
ପୁଅର ଚାପୁଡା ମାଡରେ ବାପର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ମହୁଲପଙ୍ଗା ଗାଁରେ| ମୃତକ ହେଲେ ଶଙ୍କରା ମାଝୀ । ଅଭିଯୁକ୍ତ ପୁଅ ଲକ୍ଷଣ ମାଝୀକୁ ଅଟକରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଗତକାଲି ଦିନ ୧୨ଟା ସମୟରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ମାଝି ତାଙ୍କ ବାପାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହାଦ୍ୱାରା ବାପା ଶଙ୍କରା ମାଝୀ ତଳେ କଚାଡି ହୋଇ ପଡିରହିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏକଥାକୁ ଲୁଚାଇବାକୁ ଯାଇ ଘରଲୋକେ ଘଟଣା ସମ୍ପର୍କରେ କାହାରିକୁ ଜଣାଇନଥିଲେ । ଆଜି ସନ୍ଧ୍ୟା ସମୟରେ କୌଣସି ସୁତ୍ରରୁ ଜାଣି ପୋଲିସକୁ ଖବର ଦେବା ପରେ ପୋଲିସ୍ ଘଟଣା ସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..