ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବଢ଼ୁଥିବା କରୋନା ସ୍ଥିତି ଏବଂ ପିଲାଙ୍କଠାରେ ସଂକ୍ରମଣକୁ ନେଇ କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲଙ୍କ ପରାମର୍ଶ ଦେଇଛନ୍ତି। ଡାକ୍ତର ଅଗ୍ରୱାଲ କହିଛନ୍ତି ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ହୋଇଥିଲେବି ଏହା ହେଲେ ଗୁରୁତର କରୁନାହିଁ ।ପ୍ରଥମ ଓ ୨ୟ ଲହର ବେଳେ ପ୍ରାୟ ୧୫% ପିଲା ସଂକ୍ରମିତ ହୋଇଥିଲେ, ବର୍ତ୍ତମାନର ରିପୋର୍ଟ ଅନୁସାରେ ୧୦ରୁ ୨୦% ପିଲା ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଚିହ୍ନଟ ହେଉଥିବା ପିଲାଙ୍କ ମଧ୍ୟରୁ ୯୫% ପିଲା ସାମାନ୍ୟ ଲକ୍ଷଣଯୁକ୍ତ, ୪% କାଶ ଥଣ୍ଡା ହୋଇ ହସ୍ପିଟାଲ ଆସନ୍ତି, ୧% ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସାଧାରଣ କାଶ ଥଣ୍ଡା ଭଳି ପିଲାମାନଙ୍କୁ କରୋନା ହେବ । କେତେବେଳେ ପିଲା କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯିବେ ଜଣାପଡ଼ିବନି । ୭୫% ପିଲା ଆକ୍ରାନ୍ତ ହୋଇଥିଲେ ବି ଲକ୍ଷଣ ଦେଖାଯିବନି । ୨୦% ପିଲାଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯିବ । କୋଭିଡର ୨ ପ୍ରକାର ଲକ୍ଷଣ ଦେଖିବାକୁ ମିଳୁଛି । କାଶ, ଛିଙ୍କ, ଥଣ୍ଡା ଓ ଦି୍ୱତୀୟରେ ପତଳା ଝାଡ଼ା । ବେଳେବେଳେ ପିଲାଙ୍କ ଠାର ଜ୍ୱର ରହିବ, ମୁଣ୍ଡ ବ୍ୟଥା ରହିବ । ପିଲାଙ୍କୁ ଜ୍ୱର ହେଲେ ପ୍ରଥମ ଦିନ ୨ ପାରାସିଟାମଲ୍ ଦେବାକୁ ପରାମର୍ଶ । ପିଲାଙ୍କ ମଧ୍ୟରେ ୧୨ ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ । ଛୋଟ ପିଲାଙ୍କୁ ସଂକ୍ରମଣ ହେବା ସମ୍ଭାବନା ବହୁତ କମ୍ ଡାକ୍ତର ଅଗ୍ରୱାଲ । ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ । ପିଲାଙ୍କ ଇମ୍ୟୁନିଟି ଅଧିକ ଭଲ, ତେଣୁ ସେମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍ । ପିଲାଙ୍କର ଯଦି ଅନ୍ୟ କିଛି ଟିକା ବାକି ଥାଏ ଦେଇଦେବାକୁ ପରାମର୍ଶ । ଅନ୍ୟ ଟିକା କେବଳ ସଂପୃକ୍ତ ରୋଗକୁ ରୋକିବନି ବରଂ କରୋନାକୁ ବି ଦୂରେଇବ ବୋଲି କହିଛନ୍ତି ଡାକ୍ତର ଅଗ୍ରୱାଲ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……