Report Card Odisha

| Daily Odia News

ପୁଣି ମୁଣ୍ଡଟେକୁଛି କରୋନା,ମାସ୍କ ପିନ୍ଧିବାକୁ ଅପିଲ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ଲେଉଟୁଛି । ସିଙ୍ଗାପୁରରେ କରୋନା ମାମଲା ୫୬ ହଜାର ଅତିକ୍ରମ କରିଛି। ଗତ ସପ୍ତାହର ଏହି ମାମଲା ରେକର୍ଡ କରାଯାଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ସପ୍ତାହରେ ଦେଶରେ କରୋନା ମାମଲା ୭୫ ପ୍ରତିଶତ ବୃଦ୍ଧି ପାଇଛି। କରୋନା ମାମଲା ବୃଦ୍ଧି ହେତୁ ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡିସେମ୍ବର ୧୯ରୁ ପ୍ରତିଦିନ କରୋନା ଅପଡେଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବାକୁ ସିଙ୍ଗାପୁର ସରକାର ପରାମର୍ଶ ଦେଇଛନ୍ତି। ଯଦିଓ ଲୋକମାନେ ଅସୁସ୍ଥ ନୁହଁନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି। ବିଶେଷକରି ବୃଦ୍ଧ ବ୍ୟକ୍ତିଙ୍କ ସହ ରହୁଥିବା ଲୋକଙ୍କୁ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି , ସିଙ୍ଗାପୁର ଏକ୍ସପୋ ହଲ ନମ୍ବର ୧୦ରେ କୋଭିଡ ରୋଗୀଙ୍କ ପାଇଁ ଶୀଘ୍ର ଶଯ୍ୟା ସ୍ଥାପନ କରାଯିବ। କ୍ରୋଫୋର୍ଡ ହସ୍ପିଟାଲ ପୂର୍ବରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଛି ।

 

Breaking News