Report Card Odisha

| Daily Odia News

ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ,୬୫ ଆକ୍ରାନ୍ତ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସପାଉଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୬୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଜଣ ରହିଥିବା ବେଳେ ବରଗଡ଼, କେନ୍ଦୁଝର, ପୁରୀ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଛନ୍ତି । ମୟୁରଭଞ୍ଜ, ଅନୁଗୁଳ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୪ଜଣ ରହିଛନ୍ତି । ସେହିପରି ଗଞ୍ଜାମ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କଟକ, ଢେଙ୍କାନାଳ , ଜଗତସିଂହପୁର, ଝାରସୁଗୁଡ଼ା , କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News