Report Card Odisha

| Daily Odia News

କୋଭିଡ୍‌ର ତୃତୀୟ ଲହର ଚାଲିଛି,ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟତା ଦେଉଛନ୍ତି । ଏଥିପାଇଁ ଲକ୍ ଡାଉନ୍‌ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଲୋକମାନେ ସେତେ ଗୁରୁତର ହେଉ ନାହାନ୍ତି । ମାତ୍ର ଦୁଇ ପ୍ରତିଶତଙ୍କର ଅକ୍ସିଜେନ୍‌ ଏବଂ ଡାକ୍ତରଖାନାରେ ଭର୍ତ୍ତି ପାଇଁ ଦରକାର ହେଉଛି । ଏହାକୁ ଲୋକମାନେ ହାଲକାରେ ନିଅନ୍ତୁ ନାହିଁ । ସବୁ ସ୍ଥାନରେ କୋଭିଡ୍‌ ମାର୍ଗ ଦର୍ଶିକା ମାନନ୍ତୁ ବୋଲି ମୁଖ୍ୟ ଶାସନ ସଚିବ  କହିଛନ୍ତି  । ମାସ୍କ ପିନ୍ଧିବା ଏବଂ ଅନ୍ୟ କୋଭିଡ୍‌ କଟକଣାକୁ କଡାକଡି ଭାବେ ମାନିଲେ କୋଭିଡ୍‌କୁ ପ୍ରତିହତ ହେବ । ରାଜ୍ୟ ସରକାର ଜୀବିକାର ସୁରକ୍ଷା ପାଇଁ ଲକ୍‌ଡାଉନ୍‌ କରି ନାହାନ୍ତି । ଲକ୍ଷଣ ଦେଖାଦେବା ମାତ୍ରେ ସମସ୍ତେ କୋଭିଡ୍‌ ପରୀକ୍ଷଣ କରନ୍ତୁ । ଏବେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତୃତୀୟ ଲହର ନିୟନ୍ତ୍ରଣ ରହିଛି ବୋଲି  ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Breaking News