ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୫୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮୨ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୬୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୫୬୦୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧,ବାଲେଶ୍ୱର୧୭,ବରଗଡ ୫୪,ଭଦ୍ରକ ୪ ,ବଲାଙ୍ଗୀର ୩୭,ବୌଦ୍ଧ ୧୨,କଟକ ୩୬,ଦେଓଗଡ ୭, ଢ଼େଙ୍କାନାଳ ୧ ,ଗଜପତି୬,ଗଞ୍ଜାମରୁ ୧୨, ଜଗତସିଂପୁର ୮, ଯାଜପୁର ୧୩, ଝାଡସୁଗୁଡା ୯,କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୦, କେନ୍ଦ୍ରାପଡା ୯ ,ଖୋର୍ଦ୍ଧାରୁ ୧୩୩ ,କୋରାପୁଟ ୨୯ ,ମୟୁରଭଞ୍ଜ ୪୮,ନବରଙ୍ଗପୁର ୧୨ ,ନୟାଗଡ ୨୩ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡା ୯,ପୁରୀ ୧୨, ରାୟଗଡା ୧୫ ,ସମ୍ବଲପୁର ୬୮, ସୋନପୁର ୨୮ ଜଣ,ସୁନ୍ଦରଗଡ ୨୫୦ , ଷ୍ଟେଟପୁଲ ୩୦ ଆକ୍ରାନ୍ତ ରହିଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୬୩୮୫ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୦୦୨୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୭୦୨୫୦୭ ସାମ୍ପୁଲ ଟେଷ୍ଟ ହୋଇଛି ।
More Stories
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..