ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗୋଟିଏ ଦିନରେ ୬୮ ହଜାର ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪ରେ ପହଞ୍ଚିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସ୍ଜନିତ ୨୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୧,୮୪୩ରେ ପହଞ୍ଚିଛି। ସେହି ସମୟ ମଧ୍ୟରେ ୩୨ ହଜାର ୨୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩କୁ ବୃଦ୍ଧି ପାଇଛି। ଏଥି ସହିତ ଆରୋଗ୍ୟ ହାର ୯୪.୩୨ %କୁ ହ୍ରାସ ପାଇଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..