ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିବାବେଳେ ସେ ଏବେ କ୍ଵାରେନଣ୍ଟାଇନ୍ ରେ ଥିବା ଜଣାପଡିଛି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ନାନା ରୋଗରେ ପୀଡିତ ଥିଲେ। ସ୍ଵାସ୍ଥ୍ୟ ପରୀକ୍ଷା ସମୟରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଚୀନ ଓ ସିଙ୍ଗାପୁରରେ ପୁଣିଥରେ କୋଭିଡ୍-୧୯ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୨୫୭ କୋଭିଡ୍ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ, ଏଥିରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।






More Stories
୧୯ରୁ ମାଟ୍ରିକ୍ ଖାତାଦେଖା…..
କାଳବୈଶାଖୀ:୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ……
ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ:୨୫ରୁ ଊର୍ଦ୍ଧ୍ବ ଆହତ……