ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍ ଆର୍ଟି-ପିସିଆର୍ ପରୀକ୍ଷାରେ କେତେକ କ୍ଷେତ୍ରରେ ଜଣା ପଡୁନାହିଁ। ରିପୋର୍ଟ ନେଗେଟିଭ୍ ଅସୁଛି। ମାତ୍ର ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଏପରିସ୍ଥଳେ ରିପୋର୍ଟକୁ ଫଲ୍ସ୍ ନେଗେଟିଭ୍ ଧରିନେବା ଆବଶ୍ୟକ। ତୁରନ୍ତ କରୋନାର ଚିକିତ୍ସା ଆରମ୍ଭ କରିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଥିବାରୁ ରିପୋର୍ଟ ମିଳିବାରେ ବିଳମ୍ବ ମଧ୍ୟ ହୋଇପାରେ। କିନ୍ତୁ ଅପେକ୍ଷା ନ କରି ଲକ୍ଷଣ ଆଧାରରେ ଔଷଧ ସେବନ କରିବା ଉପରେ ଗୁଲେରିଆ ଗୁରୁତ୍ୱାରୋପ କରିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..