ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି | ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇନଥିବା ଲୋକ ଅଛନ୍ତି, ସେଠାରେ କେନ୍ଦ୍ର ଖୋଲାଯାଇଛି | ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଟିକାକରଣ ହୋଇଛି। ପ୍ରଥମ ଡୋଜ୍ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ହୋଇଛି। ହର୍ ଘର ଦସ୍ତକ ଆରମ୍ଭ ହେବା ପରେ ଟିକାକରଣ ବଢ଼ିଥିବା ସେ କହିଛନ୍ତି। ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ବି ଆମ ଦେଶରେ ବଢ଼ିନି।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..