ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠ ଆଧାରରେ କେନ୍ଦ୍ର ସରକାର କରୋନା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଆରଏଫ୍)ରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଦେଶର ପ୍ରଥମ କରୋନା ମୃତ୍ୟୁ ହେବା ଦିନ ଠାରୁ ଏହି ସହାୟତା ପ୍ରଦାନ କାର୍ଯ୍ୟକାରୀ ହେବ । ଏହି ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ପରବର୍ତ୍ତୀ ନିର୍ଦେଶ କିମ୍ବା କୋଭିଡ-୧୯କୁ ବିପର୍ଯ୍ୟୟ ତାଲିକାରୁ ବାଦ୍ ଦିଆଯିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏସଡିଆରଏଫ୍କୁ ମିଳୁଥିବା ପାଣ୍ଠିରୁ ୭୫% କେନ୍ଦ୍ର ସରକାରଙ୍କ ଅବଦାନ ରହିଥାଏ। ତେବେ ସ୍ବତନ୍ତ୍ର ମାନ୍ୟତାପ୍ରାପ୍ତ ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ଅବଦାନ ୯୦% ରହିଥାଏ। ଗତ ସପ୍ତାହରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ ପ୍ରତ୍ୟେକ କରୋନା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..