Report Card Odisha

| Daily Odia News

ରାଜ୍ୟରେ ଆଜି ୪୦୩ କରୋନା ପଜିଟିଭ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୭, ସ୍ଥାନୀୟ ଅଞ୍ଚଳରୁ ୧୬୬ ଓ ୧୮ ବର୍ଷରୁ କମ୍ ୪୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୧୮୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୧, ସୁନ୍ଦରଗଡ଼ରୁ ୬୬, ସମ୍ବଲପୁରରୁ ୩୬, ଓ ଷ୍ଟେଟ ପୁଲରୁ ୧୪ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​ ‌ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୪ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୯ ହଜାର ୧୦ରେ ପହଞ୍ଚିଛି । ଏବେ ରାଜ୍ୟରେ ୩୯୬୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣା ପଡିଛି।

Breaking News