Report Card Odisha

| Daily Odia News

ଆଜି ରାଜ୍ୟରେ ପୁଣି ୧୦ ହଜାର ପରେ କରୋନା ସଂକ୍ରମିତ ଚିହ୍ନଟ,୧୭ ମୁଣ୍ଡ ନେଇଛି କରୋନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୨୪ ଘଣ୍ଟାରେ ମଧ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି ସ୍ଥାନୀୟ ସଂକ୍ରମଣ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮୨୩୦ଟି ଥିବାବେଳେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୫୧୩୩ଜଣ । ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ଗୋଟିଏ ଦିନରେ ୧୭ ମୁଣ୍ଡ ନେଇଛି କରୋନା ସଂକ୍ରମଣ । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବଡ଼ଗଡ଼ରୁ ୪୩୨, ବଲାଙ୍ଗୀରରୁ ୪୨୬, ପୁରୀ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, ବାଲେଶ୍ୱରରୁ ୩୦୩ ଓ କେନ୍ଦୁଝରରୁ ୨୫୩, କଳାହାଣ୍ଡିରୁ ୩୭୦, ଯାଜପୁର ୩୪୯, ନବରଙ୍ଗପୁର ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩,ମୟୁରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡାରୁ ୨୧୨, କୋରାପୁଟରୁ ୧୯୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୧୯୨, ଢ଼େଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪,ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଓ ଷ୍ଟେଟପୁଲରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।

 

Breaking News