Report Card Odisha

| Daily Odia News

ଆସୁଛି ବାତ୍ୟା ‘ତୌକ୍ତ’….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ୱ କରୋନା ସଂକ୍ରମଣ ସହିତ ଲଢ଼ୁଥିବା ବେଳେ ପୁଣି ସ୍ଥଳ ଭାବକୁ ମାଡ଼ି ଆସୁଛି ବାତ୍ୟା ! ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଯାହାକୁ ନେଇ ଦେଶବାସୀଙ୍କ ମନରେ ଚିନ୍ତା ବଢିଯାଇଛି। ଏହା ଚଳିତ ବର୍ଷର ପ୍ରଥମ ବାତ୍ୟା | ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପରେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବେ ଏହା ଗତି କରିବାର ସମ୍ଭାବନା ରହିଛି। ପରେ ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହା ପରେ ଗଭୀର ଅବପାତର ରୂପ ନେବ। ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା’ହେଲେ ଏହାର ନାଁ ‘ତୌକ୍ତ’ ରଖାଯିବ। ତେବେ ଆସିବାକୁ ଥିବାର ବାତ୍ୟା ନାଁରେ ଚଳିତ ଥର ମିଆଁମାର ଦେଇଛି।

Breaking News