ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ ମୃତ୍ୟୁରେ ଲାଗପାରୁନି ବ୍ରେକ୍ । ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୭ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୨୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ- ଦେଶରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୫୪ ଲକ୍ଷ ୯୬ ହଜାର ୩୩୦ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮୩ ହଜାର ୨୪୮ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩ ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୨୨୬୭୧୯।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..