Report Card Odisha

| Daily Odia News

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟାରେ ୪୬୧୬୪ ଆକ୍ରାନ୍ତ ଚିହ୍ନଟ,୬୦୭ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କିଛି ଦିନ ତଳେ କରନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଆଜି ୪୦ ହଜାର ପାର କରିଛି ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଆଜିର ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୫ ଲକ୍ଷ ୫୮ହଜାର ୫୩୦ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୬ ହଜାର ୩୬୫ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୭ ଲକ୍ଷ ୮୮ହଜାର ୪୪୦ରେ ପହଁଚିଛି। ଏବେ ଦେଶରେ ୩୩୩୭୨୫ଟି ସକ୍ରିୟ ମାମଲା ରହିଛି

Breaking News