ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୬ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ଦିନକ ତଳେ ୬,୦୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଗତ ୨୪ ଘଣ୍ଟାରେ ଆଉ ୬,୧୫୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି। ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାର ପାରକରିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ୩୧,୧୯୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୭,୫୧,୨୫୯ରେ ପହଞ୍ଚିଛି। ଦିନକରେ କରୋନା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି। ପୂର୍ବରୁ କେରଳର ପ୍ରାଣ ହରାଇଥିବା ୨ ଜଣ କରୋନା ଯୋଗୁ ଆଖି ବୁଜିଥିବା ଶୁକ୍ରବାର ସରକାର ସ୍ପଷ୍ଟ କରିଛନ୍ତି। ଏଯାଏ କରୋନା ୫,୩୦,୯୫୪ ଜଣଙ୍କ ଜୀବନ ନେଇ ସାରିଲାଣି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……