Report Card Odisha

| Daily Odia News

କଡାକଡି ହେଲା କରୋନା କଟକଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍‌ ସଂକ୍ରମଣ ବଢିଛି। ନ୍ୟୁୟର୍କ ରେ କୋଭିଡ୍‌ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି। ନାଗରିକମାନଙ୍କୁ ପୂର୍ବଭଳି ସମସ୍ତ ସତର୍କତା ପଦକ୍ଷେପ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସମସ୍ତ ସାର୍ବଜନୀନ ସ୍ଥାନରେ ମାସ୍କ୍‌ ବ୍ୟବହାର କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ନିର୍ଦେଶ ଦିଆଯାଇଛି। ଗତକାଲି ପ୍ରକାଶିତ ତଥ୍ୟ ଅନୁଯାୟୀ ନ୍ୟୁୟର୍କ ସିଟିର ସାପ୍ତାହିକ ସଂକ୍ରମଣ ୫.୧୮ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକାରେ ଦୈନିକ କୋଭିଡ ମାମଲା ଏପ୍ରିଲ୍ ଆରମ୍ଭରୁ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଯାଇଥିବା ସୂଚନା ମିଳୁଛି ।

 

Breaking News